ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ୨୪ଦିନ ହେଲା, ଅନ୍ଧାରରେ ରହିଛନ୍ତି ସମସ୍ତେ । କିନ୍ତୁ କେମିତି ମାରିଲା ଗୋପାଳ, ନିଇତି ନୂଆ ନୂଆ ଚିତ୍ର ସବୁ ଭାଇରାଲ ହେଉଛି।ବିଧାନସଭା ଆରମ୍ଭ ହେବା କ୍ଷଣି ସୋସିଆଲ୍ ମିଡିଆଠୁ ମେନଷ୍ଟ୍ରିମ୍ ମିଡିଆ ଯାଏଁ ଚିତ୍ରସବୁ ପ୍ରସାରଣ କରୁଛନ୍ତି ।

ତେବେ ହତ୍ୟାକାଣ୍ଡର ଏତେଦିନ ପରେ ହଠାତ୍ ଏଭଳି ଚିତ୍ର ଭାଇରାଲ୍ ହେବା ଭାଇରାଲ୍ ପଛରେ କିଏ ଓ ଉଦ୍ଦେଶ୍ୟ କ’ଣ ? ତାକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇ କହିଛନ୍ତି ପ୍ରାୟୋଜିତ । ସେପଟେ ଗୋପାଳର ମାନସିକ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ ପରେ କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ନାନା ଚର୍ଚ୍ଚା ହେଉଛି ।