ନବ ହତ୍ୟା: ଚେତେଇଥିଲେ ଏସ୍ପି, କଲେକ୍ଟର
ପୂର୍ବତନ ମନ୍ତ୍ରୀ ନବ ହତ୍ୟାକାଣ୍ଡରେ ନିଇତି ଉଜାଗର ହେଉଛି ନୂଆ ନୂଆ ଦିଗ । ତାହାରି ଭିତରେ ନବଙ୍କ ଘନିଷ୍ଠ ବନ୍ଧୁ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ସାଂଘାତିକ କଥା । କୋଇଲା ପରିବହନ କାରବାର ଉପରେ ରୋକ୍ ଲଗାଇବାକୁ ନବଙ୍କୁ କୁଆଡ଼େ ପାୱାର କରିଡ଼ରରୁ ପକାଯାଉଥିଲା ଚାପ । ଯାହାର ମାଧ୍ୟମ ସାଜିଥିଲେ ଝାରସୁଗୁଡ଼ାର ତତ୍କାଳୀନ ଏସପି ଏବଂ ଜିଲ୍ଲାପାଳ । କିନ୍ତୁ ନ ଓହରିବାରୁ ନବ ଦାସଙ୍କୁ ପରିଣାମ ଭୋଗିବାକୁ ପଡ଼ିଥିବା ସାଲୁଜା ଆଶଙ୍କା କରିଛନ୍ତି । ତେବେ କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି, ନାନା ପ୍ରଶ୍ନ ଉଠୁଥିବାବେଳେ ସାଲୁଜାଙ୍କ ମନ୍ତବ୍ୟକୁ ନେଇ ପାୱାର କରିଡ଼ରରେ ହଲଚଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us