ହେଡ୍ ଲାଇନ୍ ବନାଇବାକୁ ଚେଷ୍ଟା କରନି, ଲମ୍ବା ରେସ୍ ର ଘୋଡ଼ା ହୁଅ । ଗୃହରେ ହଙ୍ଗାମା କମ୍ କର, ଶୃଙ୍ଖଳା ଅଧିକ ରଖ । ନୂଆ ବିଧାୟକମାନଙ୍କୁ କିରନ ରିଜିଜୁଙ୍କ ଟିପ୍ସ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ନୂଆ ବିଧାୟକମାନଙ୍କୁ ଅଭିଜ୍ଞତା ବାଣ୍ଟିଥିଲେ କେନ୍ଦ୍ରମନ୍ତ୍ରୀ ।