Advertisment

ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ସୁଶାନ୍ତ ସିଂଙ୍କ ସହ ଶୀତଳଯୁଦ୍ଧ ଲାଗି ରହିଥିଲା।

Advertisment

ପ୍ରଥମେ ମନ୍ତ୍ରୀ ପଦରୁ ବିଦା, ଏବେ ଉପନିର୍ବାଚନ ଦାୟିତ୍ବରୁ ବି ଦୂରେଇଲେ ସୁଶାନ୍ତ ସିଂଙ୍କ ଉପରୁ ତୁଟୁଛି କି ବିଜେଡିର ଭରସା ? ନା ନବ ଦାସ-ସୁଶାନ୍ତଙ୍କ ମଧ୍ୟରେ ଥିବା ବିବାଦ କାରଣରୁ ଦିଆଗଲା ବାଦ୍? ବିଜେପୁର, ବ୍ରଜରାଜନଗର, ପଦ୍ମପୁର। ପଶ୍ଚିମ ଓଡ଼ିଶାର ୩-୩ଟି ହାଇପ୍ରୋଫାଇଲ୍ ବାଇଇଲେକ୍ସନରେ ସୁଶାନ୍ତ ସିଂଙ୍କୁ ବିଜେଡି ଦେଇଥିଲା ବଡ଼ ଦାୟିତ୍ୱ। ପ୍ରାର୍ଥୀ ଚୟନ ପ୍ରକ୍ରିୟାଠାରୁ ନିର୍ବାଚନ ପରିଚାଳନା ଯାଏଁ, ସବୁଠି ଥିଲା ସୁଶାନ୍ତଙ୍କ ଦବଦବା। ହେଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷିତ ବିଜେଡିର ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ କିନ୍ତୁ ସୁଶାନ୍ତଙ୍କ ନାଁ ନଥିଲା।

Advertisment
BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ