ନବ ଦାସଙ୍କ ମୃତ୍ୟୁ ପରେ ଅଶାନ୍ତ ହେଉଛି କି ତାଙ୍କ ଆଧିପତ୍ୟରେ ଥିବା ପଶ୍ଚିମ  ଓଡ଼ିଶାର ଶିଳ୍ପ ସାମ୍ରାଜ୍ୟ ? ଗତ ୧୭ ତାରିଖରେ ସମ୍ବଲପୁର ଗୋଳାମାଲ ଅଞ୍ଚଳରେ ଏକ ଆସ୍ କଂପାନୀରେ କିଛି ସ୍ଥାନୀୟ ଶାସକଦଳ ନେତା ଓ ସମର୍ଥକଙ୍କ ନାଲିଆଖି ଏବଂ ହତ୍ୟା  ଧମକ ପରେ ଏ ଶଙ୍କା ଅଧିକ ଦୃଢ଼ୀଭୁତ ହୋଇଛି। ଏମିତିକି ଏହା ପଛରେ ଜଣେ ଉପକୂଳ ନେତା ଓ ପଡ଼ୋଶୀ ବରଗଡ଼ ଜିଲ୍ଲାର ପୂର୍ବତନମନ୍ତ୍ରୀଙ୍କ ଚକ୍ରାନ୍ତ ଥିବା ଅଭିଯୋଗ ଆଣିଛନ୍ତି  ବିରୋଧୀ । ତେଣେ ଝାରସୁଗୁଡ଼ାବାସୀ କହିଲେଣି ସରକାର ଏଠାକାର ଶାନ୍ତି ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।