ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି । ସମ୍ବଲପୁର ହିଂସା ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀ ବେଳେ ରତ୍ନ ଭଣ୍ଡାର ଚାବି ହଜିବା, ରଥ ଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ କଥା ଉଠାଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ସେପଟେ ହିଂସା ପଛରେ ବିଜେପି ଥିବା ପାଲଟା ଅଭିଯୋଗ ଆଣିଛି ବିଜେଡି । ତେଣେ ଜାତୀୟ ST କମିଶନ୍ ସଦସ୍ୟ ଆଜି ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁକୁ ଯାଇଥିଲେ ମଧ୍ୟ ଘରେ ତାଲା ପଡ଼ିଥିବାରୁ ପରିବାର ଲୋକଙ୍କୁ ଭେଟିପାରି ନାହାନ୍ତି । ତେବେ ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।