Advertisment

ପଦ୍ମ ପୋଖରୀକୁ ଡେଇଁଲେ ପ୍ରଦୀପ ପାଣିଗ୍ରାହୀ

ରୋଚକ ମୋଡ଼ରେ ଗଞ୍ଜାମ ରାଜନୀତି। କାହିଁକି ନା ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।

Advertisment

ପଦ୍ମ ଧରିଲେ ପ୍ରଦୀପ। ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମିଲ ହେଲେ, କାଲି ନିଜ ନିର୍ବାଚନ ମଣ୍ଡଳୀରେ କରିବେ ଶକ୍ତି ପ୍ରଦର୍ଶନ। ବଦଳିପାରେ ଗଞ୍ଜାମର ରାଜନୈତିକ ସମୀକରଣ। ସବୁ ଚର୍ଚ୍ଚା ଭିତରେ ହଠାତ୍ ଆଜି ସକାଳ ପ୍ରାୟ ୧୦ଟା ବେଳେ ନିଜ ଫେସବୁକ୍‌ ହ୍ୟାଣ୍ଡେଲରେ ଓଡ଼ିଶାବାସୀଙ୍କ ସମର୍ଥନ ମାଗିବା ସହ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ଲେଖିଥିଲେ। ଆଉ ଦିନ ୧୧ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଦୀପ। ସେଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ପଦ୍ମ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସାମିଲ ହେବା କ୍ଷଣି ହିଁ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ ପ୍ରଦୀପ। କହିଥିଲେ, ମିଶନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବ। ରାଜ୍ୟ ସରକାରକୁ ଅନ୍ଧ, ମୂକ, ବଧିର ସରକାର କହିବା ସହ ୨୦୧୪ରୁ ବିଜେଡି, ବିଜେପି ପାଖରେ ଅଘୋଷିତ ଆତ୍ମସମର୍ପଣ କରିଆସିଛି ବୋଲି ମଧ୍ୟ କହିଥିଲେ। ରାଜ୍ୟରେ ଅଫିସର ଶାସନକୁ ଟାର୍ଗେଟ କରି କହିଥିଲେ, ସଚିବାଳୟ ମନ୍ତ୍ରାଳୟ ହେବ।

Advertisment
BJP BJD Gopalpur MLA Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ