Advertisment

ବିଜେପି-ବିଜେଡି ଟାର୍ଗେଟରେ ନୂଆ ଭୋଟର

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ପକେଟକୁ ନେବାକୁ ବିଜେପି-ବିଜେଡି ମଧ୍ୟରେ ଫାଇଟ୍। ବିଜେପିର ନବ ମତଦାତା ସମ୍ମିଳନୀ ବନାମ ବିଜେଡିର ନୂଆ ଓ ଆଉ ସୋସିଆଲ ମିଡିଆ ପ୍ରତିଯୋଗିତା।

Advertisment

ବିଜେପି ଫୋକସରେ ନୂଆ ମତଦାତା। ଜାନୁଆରୀ ୨୫ରେ ରାଜ୍ୟର ୨୫୦ ସ୍ଥାନରେ ବିଜେପି କରିବ ନବ ମତଦାତା ସମ୍ମିଳନୀ। ସାରା ଦେଶରେ ୫ ହଜାର ସ୍ଥାନରେ ନୂଆ ମତଦାତା ସମ୍ମିଳନୀ କରିବାକୁ ପ୍ରସ୍ତୁତି କରୁଛି ବିଜେପି। ସମ୍ମିଳନୀରେ ସିଧା ଯୋଡି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ୨୫୦ ସମ୍ମିଳନୀରେ ଭର୍ଚୁଆଲି ରହିବେ ପିଏମ୍। ନୂଆ ଭୋଟରଙ୍କୁ ଦେବେ ଉଦବୋଧନ। ଏହା ସହ ରାଜ୍ୟର ନେତୃତ୍ୱମାନେ ମଧ୍ୟ ଭିନ୍ନ ଭିନ୍ନ ଜାଗାରେ ସମ୍ମିଳନୀରେ ଯୋଗ ଦେବେ।

Advertisment

କେନ୍ଦ୍ର ସରକାରଙ୍କ ଯୁବ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ଯୁବ ବର୍ଗଙ୍କୁ ନେଇ ଥିବା ସମସ୍ୟା, କ୍ୟାମ୍ପସରେ ଥିବା ପ୍ରସଙ୍ଗ, ଓଡ଼ିଆ ଅସ୍ମିତା ରହିବ ମୁଖ୍ୟ ମୁଦ୍ଦା। ପ୍ରତି ସମ୍ମିଳନୀରେ ୧୮ରୁ ୨୫ ବର୍ଷ ବୟସ୍କ ଏକ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଷ୍ଟ୍ରାଟେଜି କରିଛି ଦଳ। ନୂଆ ଭୋଟରଙ୍କୁ ନିଜ ଆଡକୁ ନେବା ପାଇଁ ରାଉରକେଲା ଚିନ୍ତନ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଯୁବ ମୋର୍ଚ୍ଚା ସହ ଏ ନେଇ ଆଲୋଚନା କରିବା ସହ ଟାସ୍କ ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।

Odisha BJD BJP 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ