Advertisment

ଟେକନିସିଆନରୁ ଖଣି ମାଫିଆ

ବ୍ରୋକର ହିସାବରେ ବସ୍‌ ଟିକେଟ ବିକି ୧୦ ଟଙ୍କା କମିଶନ ପାଉଥିଲେ। ବିଜେଡି ନେତା ବଦ୍ରି ପାତ୍ରଙ୍କ ସଂସ୍ପର୍ଶରେ ଆସି ବଦଳି ଯାଇଥିଲା ରାଜାଙ୍କ ଭାଗ୍ୟ।

Advertisment

ରାଜା ଜଣେ ଆଇଟିଆଇ ଟେକନିସିଆନରୁ କାମ ଆରମ୍ଭ କରିଥିଲେ କେଉଁଝର କଟକ ବସଷ୍ଟାଣ୍ଡରେ । ଛୋଟିଆ ରେଡିଓ ଦୋକାନରେ ଟ୍ରେନିଂ ନେଉଥିଲେ । ସେ ସମୟରୁ ବ୍ରୋକର ହିସାବରେ ବସ୍‌ ଟିକେଟ ବିକି ୧୦ ଟଙ୍କା କମିଶନ ପାଉଥିଲେ। ବିଜେଡି ନେତା ବଦ୍ରି ପାତ୍ରଙ୍କ ସଂସ୍ପର୍ଶରେ ଆସି ବଦଳି ଯାଇଥିଲା ରାଜାଙ୍କ ଭାଗ୍ୟ। ବଟି ଆଦାୟଠୁ ଆରମ୍ଭ କରି ବଦ୍ରିଙ୍କ ଖଣି ବେପାର କାମରେ ଦାୟିତ୍ବ ନେଇଥିଲେ ରାଜା । ବଦ୍ରିଙ୍କ ସମସ୍ତ ଗଳା ବାଟ ଜାଣିବା ପରେ ତାଙ୍କ ସହ ମନୋମାଳିନ୍ୟ ଘଟିଥିଲା। ସେ ସମୟରେ ବି ସନା ମହାକୁଡଙ୍କ ସହ ଖଣି ବେପାର କରିବା ପାଇଁ ହାତ ମିଳାଇଥିଲେ ରାଜା । ୨୦୧୪ ମସିହାରେ ବଦ୍ରିଙ୍କ ବିରୁଦ୍ଧରେ ପ୍ରମୁଖ ଦାବିଦାର ହିସାବରେ ଠିଆ ହୋଇଥିଲେ ରାଜା। ବିଜେଡିର ଅନ୍ୟତମ ପ୍ରମୁଖ ନେତା ବବି ଦାସଙ୍କ ଭାଇ କହିବା ଆରମ୍ଭ କରି ରାଜା ଚଳାଇଥିଲେ ତାଙ୍କର କଳା ସାମ୍ରାଜ୍ୟ । କେନ୍ଦୁଝରରେ ସବୁ ବିଭାଗର ନିର୍ମାଣ କାମର ଠିକାଦାରୀ କାମ କିଏ ନେବ ରାଜା ଓ ତା’ର ସିଣ୍ଡିକେଟ ନିଷ୍ପତ୍ତି ନେଉଥିଲେ।

Advertisment
BJD Keonjhar Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ