ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଅଟୋରେ ଅଣ୍ଡା ବିକି ଚଳୁଛନ୍ତି ତାଙ୍କ ପରିବାର।
Published By: Sarbeswar
Last updated: 21 July 2023, 10:16 PM IST
ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି। ସେଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି କି ନାହିଁ, ତାହା ଭଗବାନଙ୍କୁ ଜଣା। ହେଲେ ମେଡ଼ିକାଲ ଗୁଡ଼ିକର ଅବ୍ୟବସ୍ଥା କହିଦେଉଛି, ଚିକିତ୍ସା ସେବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା କେତେ।