Advertisment

ମାଳ ମାଳ ପ୍ରତିଶ୍ରୁତି, କିନ୍ତୁ ଭୋଟରଙ୍କୁ ମିଳୁନି ମୌଳିକ ସୁବିଧା

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।

Advertisment

 ମୋବାଇଲ୍ ଟାୱାର ସ୍ଥାପନ ସହ ପାନୀୟ ଜଳ ଯୋଗାଣ...ଏସବୁ ଯଦି ପୂରଣ ନହେବ, ନା କୌଣସି ନେତାଙ୍କୁ ଗାଁକୁ ପୂରାଇ ଦିଆଯିବ...ନା କୌଣସି ରାଜନୈତିକ ଦଳର ହେବ ଏଣ୍ଟ୍ରି । ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଦେବଗଡ଼ ତିଲେଇବଣି ବ୍ଲକ କଂସର ପଞ୍ଚାୟତ ବାସିନ୍ଦା । ପଞ୍ଚାୟତର ୮ଟି ଗାଁର ଲୋକେ ଏଯାଏଁ ଜୀଉଁଛନ୍ତି ଅନ୍ଧାରୀ ଜୀବନ । ଆଜିଯାଏ ବିଜୁଳି ପହଞ୍ଚିନି ଗାଁରେ । ଆଲୋକ ପାଇଁ ଯେଉଁ ସୋଲାର ସିଷ୍ଟମ ଦିଆଯାଇଥିଲା ସେସବୁ ଅଚଳ । ମୋବାଇଲ୍ ନେଟୱାର୍କ ସହ ପାନୀୟ ଜଳ ସମସ୍ୟା କଥା ତ ନ କହିବା ଭଲ । ତେଣୁ ପଞ୍ଚାୟତବାସୀ ପଣ କରିଛନ୍ତି, ନିର୍ବାଚନ ଆସିଲେ ଅଭିଯୋଗ ଶୁଣି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ଗାଁକୁ ପୂରାଇ ଦିଆଯିବ ନାହିଁ ।

Advertisment
Boycott Election No Vote
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ