Advertisment

Battleground for Political War: କ୍ରାଇମ କ୍ୟାପିଟାଲ ବଲାଙ୍ଗିରରେ ପଲିଟିକାଲ ୱାର

ବଲାଙ୍ଗିର ଏସ୍.ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତା। ସହରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏସ୍.ପିଙ୍କ ସହ ଆଲୋଚନା। ବିରୋଧୀ ନେତାଙ୍କୁ ସିଧା ଆରୋପ ।

Advertisment

ବଲାଙ୍ଗିର ଏସ୍.ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତା। ସହରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏସ୍.ପିଙ୍କ ସହ ଆଲୋଚନା। ବିରୋଧି ନେତାଙ୍କୁ ସିଧା ଆରୋପ, ସହରରେ ବଢିଛି ବେଆଇନ ନିଶା କାରବାର । ନିଶା ଖାଇ ଅପରାଧ କରୁଛନ୍ତି ଯୁବକ। ଧରପଗଡ ହେଉନାହିଁ କି ଅପରାଧିଙ୍କୁ ଧରିପାରୁନି ପୋଲିସ। ତେଣୁ ବଢୁଛି ଚୋରୀ, ରାହାଜାନୀ,ଲୁଟ। ଗଡୁଛି ମୁଣ୍ଡ। ଦୁଇଦିନରେ ଦୁଇଟି ନିର୍ମମ ହତ୍ୟାକାଣ୍ଡ ଯୋଗୁଁ ଭୟ ଓ ଆତଙ୍କରେ ସହରବାସୀ । ଗତ ୧୨ ତାରିଖ ଚିମନୀଭାଟି ପଡା ମଝିରେ ଦିନ ଦ୍ବିପ୍ରହରେ ଡ୍ରାଇଭର ରାମ ଦାସକୁ ନିର୍ମମ ହତ୍ୟା କରି, ଫେରାର ହୋଇଥିଲା ହତ୍ୟାକାରୀ। ସେହିପରି ୧୩ ତାରିଖ ମନୋଜ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟାକରିଥିଲେ ଅପରାଧି। ଏପରିକି କ୍ୟାମେରାରେ କଏଦ ହୋଇଥିଲା ହତ୍ୟାକାରୀର ଚେହେରା। ହେଲେ ଏଯାଏଁ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ। ତେଣୁ ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ଅପାରଗତା ପାଇଁ ଆନ୍ଦୋଳନାର ଧମକ ଦେଇଛି ବିଜେଡି ।

Advertisment
Odisha Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ