ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ ଓ ଏଆଇସିସିକୁ ପଠାଯିବ।