Last updated: 12 March 2025, 06:00 PM IST
ତାରାଙ୍କ ପାଇଁ ତାତିଛି କଂଗ୍ରେସ । ବିଧାନସଭାରୁ ୭ ଦିନ ପାଇଁ ତାରା ବିଦା । ଗଣତନ୍ତ୍ର ମନ୍ଦିର ପରିସରରେ ଚାଲିଛି ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ବସିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ବିଧାନସଭା ଅଧିବେଶନରେ କଂଗ୍ରେସ ସାମିଲ ହେବନି ବୋଲି ସ୍ପଷ୍ଟ କରିଛି । ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଛନ୍ତି କଂଗ୍ରେସ ବିଧାୟକମାନେ । ନ୍ୟାୟ ପାଇଁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି କଂଗ୍ରେସର ସମସ୍ତ ବିଧାୟକ ।