ଅଦ୍ୟତନ ହୋଇଛି
Congress Overnight Protest
Advertisment
ଭିତରେ ହଙ୍ଗାମା, ବାହାରେ ହାଇଡ୍ରାମା । ରାତି ସାରା ରାଜରାସ୍ତାରେ ବସିଲେ । ସେଇଠି ଶୋଇଲେ । କନ୍ଥା ବିଛାଇ ରୋଡ ଉପରେ ଗଡ଼ିଲେ ନେତା । ବିଳାସପୂର୍ଣ୍ଣ ଏସି ରୁମ୍ ଛାଡ଼ି ମାସା ଡାଉଁଶରେ ବସି ରହିଲେ । ବାଚସ୍ପତିଙ୍କ ଆକ୍ସନ ପରେ କଂଗ୍ରେସର ଦେଖିବାକୁ ମିଳିଛି ଏଭଳି କିଛି ରିଆକ୍ସନ । ନିଲମ୍ବ ପରଠୁ ଆଜିଯାଏ ସରୁନି କଂଗ୍ରେସର ମହାନାଟକ। ୧୨ ଜଣଙ୍କୁ ସସ୍ପେଣ୍ଡ କରିବା ପରେ ଭିରୁଡ଼ି ଉଠିଲେ ନେତା । ଗୃହରୁ ନିଲମ୍ବନ ପରେ ବି ଗୃହ ଛାଡ଼ିଲେନି । ଜିଦ୍ରେ ଅଟଳ ରହିଲେ । ରାତି ସାରା ବିଧାନସଭା ଭିତରେ ବସିଲେ ଶୋଇଲେ । ଶେଷରେ ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ନେଇ ଛାଡିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us