ଚିଠି ଲେଖିଲେ ଧର୍ମେନ୍ଦ୍ର । ଚିହିଁକିଲା ବିଜେଡି । ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍ ୨୦୨୦କୁ ନେଇ ତେଜିଲା ରାଜନୀତି । ଆଇନରେ ସଂଶୋଧନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏଥିରେ ଦର୍ଶାଯାଇଛି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଆଇନ୍ ଆଣିଥିଲେ । ଯେଉଁଥିଲାଗି ବିଶ୍ୱବିଦ୍ୟାଳୟ ତାର ସ୍ୱତନ୍ତ୍ରତା ହରାଇଛି । ଖାଲି ସେତିକି ନୁହେଁ ଏହା ୟୁଜିସି ଗାଇଡ୍ ଲାଇନର ପରିପନ୍ଥୀ । ଏଥିରେ ଆବଶ୍ୟକ ସଂଶୋଧନ ଅଣାଯିବ ଉଚିତ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି ।