Advertisment

ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜ୍ୟନୀତିରେ ହଟ ଚମଟ

ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜ୍ୟନୀତିରେ ହଟ ଚମଟ। ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ ଆଉ ଭୋଟ୍ ପ୍ରତିଶତ ପହଞ୍ଚିବ ୪୫ ପ୍ରତିଶତରେ....

Advertisment

ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲି ସେତିକି ନୁହେଁ, କାହିଁକି ଭୋଟ୍ ହାର ବଢିବ ତାର ସମୀକରଣ ବି ବତାଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିଥିଲା ୨୨ ପ୍ରତିଶତ ଭୋଟ୍ । ଯାହା ୨୦୧୯ରେ ୩୮ ପ୍ରତିଶତରେ ପହଞ୍ଚିଥିଲା। ସେହି ହାରରେ ୨୦୨୪ରେ ଦଳକୁ ୪୫ ପ୍ରତିଶତରୁ ଅଧିକ ଭୋଟ୍ ମିଳିବ ବୋଲି ଆଶା ରଖିଛି ବିଜେପି। ସେହିପରି ବିଧାନସଭା ନିର୍ବାଚନ କଥା ଦେଖିଲେ ୨୦୧୪ରେ ଦଳକୁ ମିଳିଥିବା ୧୮ ପ୍ରତିଶତ ଭୋଟ୍ ବଢି ୨୦୧୯ରେ ୩୨ ପ୍ରତିଶତରେ ପହଞ୍ଚିଥିଲା। ୨୪ ନିର୍ବାଚନକୁ ଆଉ ୪ ମାସ ବାକି ଥିବାବେଳେ ରାଜନୀତିରେ ୩ ମାସ ସମୟ ଯଥେଷ୍ଟ ବୋଲି ବିଶ୍ବାସର ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଧର୍ମେନ୍ଦ୍ରଙ୍କ ଗଣିତକୁ ନେଇ ରାଜ୍ୟ ରାଜନୀତି ହଲଚଲ୍। କଂଗ୍ରେସ ଏହାକୁ ଦିବା ସ୍ୱପ୍ନ କହିଥିବା ବେଳେ ବିଜେଡି କହିଛି ଆମ ସିଟ୍ ସଂଖ୍ୟା ସହ ଭୋଟ୍ ପ୍ରତିଶତ ବି ବଢିବ।

Advertisment
Odisha Dharmendra Pradhan BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ