Ashwini Vaishnaw
ହଟିଲା ସସପେନ୍ସ। ରିପିଟ୍ ହେଲେ ଅଶ୍ୱିନୀ। ଘୋଷଣା କଲା ବିଜେପି, ସମର୍ଥନ ଦେଲା ବିଜେଡି। ରାଜ୍ୟସଭା ପ୍ରାର୍ଥୀ ଭାବେ ଆସନ୍ତାକାଲି କରିବେ ନାମାଙ୍କନ ପତ୍ର ଦାଖଲ। ସକାଳ ପ୍ରାୟ ୧୦ଟା ୨୫ ବେଳେ ସାମନାକୁ ଆସିଲା ବିଜେପିର ଏକ ପ୍ରେସ୍ ରିଲିଜ୍ । ଯେଉଁଥିରେ ମଧ୍ୟପ୍ରଦେଶର ୪ ନେତାଙ୍କ ସହ ଥିଲା ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ରୋଚକ କଥା ହେଉଛି, ସେତେବେଳେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିଲେ ଅଶ୍ୱିନୀ। ସେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ପ୍ରେସ୍ ରିଲିଜ୍ ବି ଆସିଗଲା। ଯେଉଁଥିରୁ ସ୍ପଷ୍ଟ ହୋଇଗଲା, ଅଶ୍ୱିନୀଙ୍କୁ ୨୦୧୯ ଭଳି ସମର୍ଥନ ଦେବ ବିଜେଡି। ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବା ଦର୍ଶାଇଥିଲେ ନବୀନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us