Advertisment

ଓଡ଼ିଶାରେ ବିଜେପି ଖେଳିଲା ମୋଦି ଗ୍ୟାରେଣ୍ଟି କାର୍ଡ

ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ଲାଗି ଦଳ ଏଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି।

Advertisment

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ସଫଳତା ପରେ ଓଡ଼ିଶାରେ ବି ମୋଦି ଗ୍ୟାରେଣ୍ଟି ଦେବ ବିଜେପି । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଚାଷୀ, ଛାତ୍ର ଓ ଯୁବବର୍ଗ ଓ ଆର୍ଥିକ ଗରିବ ଶ୍ରେଣୀ ଦଳର ଫୋକସରେ ରହିଛନ୍ତି । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ, ୨୪ ଘଣ୍ଟା ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ଥଙ୍କ ଟଙ୍କା ଫେରସ୍ତ ଲାଗି ବ୍ୟବସ୍ଥା କରିବ। ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଘର ଯୋଗାଇ ଦେବ । ପ୍ରତି ଘର ଲାଗି ଶୁଦ୍ଧ ପିଇବା ପାଣି ବ୍ୟବସ୍ଥା କରିବ । ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ବି ପଦକ୍ଷେପ ନେବ । ଯୁବ ଭୋଟରଙ୍କ ମନ ଜିଣିବା ଲାଗି ପ୍ରତିବର୍ଷ ଛାତ୍ର ସାଂସଦ ନିର୍ବାଚନ କରାଇବାକୁ ଦଳ ପ୍ରତିଶ୍ରୁତି ଦେବ। ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୦ ସାଧାରଣ ନିର୍ବାଚନ ଲାଗି ଦଳ ଏଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି। ବିଜେପି ଯାହା କହେ କରି ଦେଖାଏ। ମୋଦି ଗ୍ୟାରେଣ୍ଟି ମାଧ୍ୟମରେ ରାଜ୍ୟବାସୀଙ୍କ ଏହି ବାର୍ତ୍ତା ଦେବାକୁ ଦଳ ଚେଷ୍ଟା କରିଛି। ତେବେ ଏସବୁ ବିଜେପି ମିଛ ପ୍ରତିଶ୍ରୁତି ଓ ଭୋଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି କଂଗ୍ରେସ ଓ ବିଜେଡି।

Advertisment
Odisha News Narendra Modi BJP 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ