Advertisment

ଆସନ୍ତାକାଲି ଓଡ଼ିଶାରେ ‘ପିଏମ୍‌ଶ୍ରୀ’ର ହେବ ଶୁଭାରମ୍ଭ, ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।

Advertisment

ଦେଶରେ ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ଶ୍ରୀ ଯୋଜନା। ତିନି ତିନି ଥର ଚିଠି ଲେଖିବା ପରେ ବି ରାଜ୍ୟ ସରକାର ଏଯାଏଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଏନେଇ ଚୁକ୍ତି ସ୍ୱାକ୍ଷର କରୁନାହାନ୍ତି। ଏଭଳି ସ୍ଥିତିରେ କାଲି ଓଡ଼ିଶାର ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ଏହାର ଶୁଭାରମ୍ଭ ପାଇଁ ସରିଛି ପ୍ରସ୍ତୁତି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଏହାକୁ ଲାଗୁ କରି ଏକ କଡ଼ା ସନ୍ଦେଶ ଦେବାକୁ ଯୋଜନା କରାଯାଇଛି। ଯାହାକୁ ନେଇ ତେଜିଛି ରାଜନୀତି।

Advertisment
BJP BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ