ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ । ଅନ୍ୟପଟେ ବିଜେଡି ବି ନିଜ ସଙ୍ଗଠନକୁ ଯୋଡ଼ିବାକୁ ଆରମ୍ଭ କରିଛି ଜନ ଜାଗରଣ ଅଭିଯାନ । ରାଜ୍ୟ ସରକାରଙ୍କ ବିଫଳତା ଓ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ବଢ଼ିବ ବିଜେପିର କଳେବର । ସଂଖ୍ୟା ବଢେଇ ଶକ୍ତି ବଢାଇବାକୁ ପଦ୍ମ ଦଳର ମାଷ୍ଟରପ୍ଲାନ । ଦେଢ ମାସରେ କୋଟିଏ କାର୍ଯ୍ୟକର୍ତ୍ତା ପାଇଁ ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦ ଜଣଙ୍କୁ ଟାର୍ଗେଟ୍ ।