Advertisment

ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ?

ବିଜେଡି ଆରମ୍ଭ କରିବ ପରିବାର ସଂପର୍କ ଅଭିଯାନ। ତେବେ ପ୍ରଶ୍ନ, ଘରେ ଘରେ ଶଙ୍ଖ ଆଉ ଜନ ସଂପର୍କ ଅଭିଯାନ ପରେ ପୁଣି କାହିଁକି ପରିବାର ସଂପର୍କ ଅଭିଯାନର ଆବଶ୍ୟକତା ପଡିଲା ବିଜେଡିକୁ?.

Advertisment

ଫେଲ ମାରିଲା କି ବିଜେଡିର ଜନସଂପର୍କ ପଦଯାତ୍ରା? କାହିଁକି ବଢିଲା ଅବଧି? ଜନ ସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ? ପଦଯାତ୍ରାରେ ଦଳୀୟ ଫାଟ ଢାଙ୍କିବାକୁ ଏହି ଉଦ୍ୟମ କି? ନଜର ପକାନ୍ତୁ କିଛି ସ୍ଥାନରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସଂପର୍କ ପଦଯାତ୍ରା ଉପରେ। ଏ ଚିତ୍ର ସୋର ନିର୍ବାଚନ ମଣ୍ଡଳୀର। ବିଜେଡି ବିଧାୟକ ପର୍ଶୁରାମ ଧଡା ବନାମ ଜିଲ୍ଲା ଉପ-ସଭାପତି ଅଶୋକ କୁମାର ନାୟକ। ଦୁଇଟି ସମାନ୍ତରଳ ପଦଯାତ୍ରା। କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ଚିତ୍ର। ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁ, ଅନ୍ୟପଟେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପଢିହାରୀଙ୍କ ପଦଯାତ୍ରା। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ତ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ଯାହାର ଭିଜୁଆଲ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment

ତେଣୁ ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଂଗଠନକୁ ନେଇ ଟେନସନରେ ଦଳ, ଆଉ ଦ୍ୱନ୍ଦ୍ୱରେ କର୍ମୀ। ପଦଯାତ୍ରାରୁ ଓଲଟା ରେଜଲ୍ଟ ଆସିବା ପରେ ଚିନ୍ତାରେ ବିଜେଡିର ଥିଙ୍କଟ୍ୟାଙ୍କ। ସେଥିପାଇଁ ପଦଯାତ୍ରା ଅବଧିକୁ ବଢାଇ ସେଥିରେ ପୁଣି ପରିବାର ସଂପର୍କ ଅଭିଯାନ ଯୋଡିବାକୁ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି। ଏହି ଅଭିଯାନରେ ୱାର୍ଡ ସ୍ତରର କର୍ମୀ ପ୍ରତି ପରିବାରକୁ ଛୁଇଁବେ। ହେଲେ ଏଭଳି ଅଭିଯାନକୁ ସମାଲୋଚନା କରିଛନ୍ତି ବିରୋଧୀ।  

Padyatra Naveen Patnaik BJD Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ