Advertisment

BJD: ୱକ୍‌ଫ ବିଲକୁ ନେଇ ବିଜେଡି ଦି’ ଫାଳ

ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ?

ଅଦ୍ୟତନ ହୋଇଛି
Advertisment

ରାଜ୍ୟସଭାରେ ୱକଫ୍ ବିଲ୍ ଭୋଟିଂ ବେଳେ ଫାଳ ଫାଳ ହୋଇଗଲା କି ବିଜେଡି ? ଆଗରୁ ବିଲ୍‌କୁ ଦଳ ଜୋରଦାର ବିରୋଧ କରୁଥିବାବେଳେ କାଲି ଭୋଟିଂ ବେଳେ ବିବେକ ଅନୁସାରେ ବିଲ୍ ସପକ୍ଷରେ ମତ ରଖିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ହଲଚଲ ପରେ, ଆଜି ଅନ୍ୟଜଣେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଭୋଟ୍ ଦାନରୁ ବିରତ ରହିଥିବା ସୂଚନା ସନ୍ଦେହକୁ ଦ୍ବିଗୁଣିତ କରିଛି । ଏମିତିକି ୟା ପଛରେ କିଛି ଖେଳ ହୋଇଥିବା ନେଇ ଦଳର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଶଙ୍କା ବି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏ ସମ୍ପର୍କରେ ଦଳ ସଭାପତିଙ୍କୁ ପଚାରିବେ ବୋଲି ପ୍ରସନ୍ନ ଅଚାର୍ଯ୍ୟ କହିଥିବାବେଳେ, ପୁରା ପ୍ରସଙ୍ଗରେ ତେରଛା ବାଣ ଛାଡ଼ି ବିଜେପି କହିଛି- ବିଜେଡି ସାଂସଦଙ୍କ ଉପରେ ନବୀନଙ୍କର ଆଉ କର୍ତ୍ତୃତ୍ବ ନାହିଁ’ । ନେତା ଓ କର୍ମୀଙ୍କ ଆସ୍ଥା ହରାଇଲା ପରେ ସେ ଦଳର ଭବିଷ୍ୟତ ଅନ୍ଧାକାରକୁ ଚାଲିଯିବ ।

Advertisment
Odisha Naveen Patnaik BJD Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ