Samaleswari Temple
ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ। ଜାନୁଆରୀ ୨୭ରେ ସମଲେଇ ମନ୍ଦିର ଆସିବାକୁ ଇଏ ନିମନ୍ତ୍ରଣ ପତ୍ର। ସେଥିଲାଗି ଆଜିଠୁ ଆରମ୍ଭ
ହୋଇଛି ଦେବ ନିମନ୍ତ୍ରଣ । ଢୋଲ ନିଶାନର ତାଳେ ତାଳେ ପ୍ରଥମେ ସମଲେଶ୍ୱରୀ ଓ ପାର୍ଶ୍ୱ ଦେବଦେବୀଙ୍କୁ ନିୟୁତା ପରେ ସହରର ଅନ୍ୟ ମନ୍ଦିରଙ୍କୁ ବି ହୋଇଛି ନିମନ୍ତ୍ରଣ । ଯେଉଁଥିରେ ସାମିଲ ଅଛନ୍ତି ମନ୍ଦିରର ପୂଜକ, ଟ୍ରଷ୍ଟବୋର୍ଡ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ। ସମ୍ବଲପୁରରୁ ସେମାନେ ସିଧା ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇ ପରେ ଲିଙ୍ଗରାଜଙ୍କୁ ବି ନିୟୁତା ଦେଇଛନ୍ତି। ତେଣେ ଅତିରିକ୍ତ ଜିଲ୍ଲାପାଳ
କହିଛନ୍ତି- ସବୁ କାମ ସୁରୁଖୁରରେ ଚାଲିଛି ନିର୍ଦ୍ଧାରିତ ସମୟରେ ସରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us