Advertisment

ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Advertisment

ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡକୁ ଆଜି ପୂରିଲା ୫୦ ଦିନ । ଏଯାଏଁ କିନ୍ତୁ କ୍ରାଇମବ୍ରାଞ୍ଚ ଉନ୍ମୋଚନ କରିପାରିଲାନି ହତ୍ୟା ମୋଟିଭ୍ । ଏଣେ ତାରିଖ ଘୋଷଣା ହୋଇନଥିଲେ ବି ଝାରସୁଗୁଡ଼ାରେ ଜମିଲାଣି ଉପନିର୍ବାଚନ ପ୍ରଚାର ରାଜନୀତି । ମିଳନ ଉତ୍ସବ ନାଁରେ ନବଙ୍କ ଝିଅ ଦୀପାଳି ପରୋକ୍ଷ କ୍ୟାଂପେନ ଆରମ୍ଭ କରିଥିବାବେଳେ ବିଜେପି ନେତା ଟଙ୍କଧର ତ୍ରିପାଠୀ ବି ଘେରାଉ ଓ ଆନ୍ଦୋଳନ ନାଁରେ କର୍ମୀଙ୍କୁ ଏକାଠି କରି ଜୋଶ୍ ଭରିଲେଣି । ତେବେ ତାରିଖ ଘୋଷଣା ନହେଉଣୁ ନେତାଙ୍କ ଏଭଳି କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି ଝାରସୁଗୁଡ଼ାବାସୀ ।

Advertisment
BJD BJP Jharsuguda By-poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ