ବିଜୁ ପ୍ରତିମୂର୍ତ୍ତିକୁ କାହିଁକି ନିଶାନା ?
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବାକୁ ପୁଣିଥରେ ଉଦ୍ୟମ। ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା। ଏ ସଂକ୍ରାନ୍ତରେ ପୋଲିସ୍ ଜଣେ ମାନସିକ ଭାରସମ୍ୟ ହରାଇଥିବା ବ୍ୟକ୍ତିକୁ ଗିରଫ କରି ତଦନ୍ତ ଚଳାଇଛି। ସେପଟେ ଏହି ଘଟଣା ନେଇ ବିଜେଡି ଅଭିଯୋଗ କରିଛି ଯେ, ବିଜୁ ବାବୁଙ୍କୁ ଅପମାନିତ କରିବାକୁ ରୀତିମତ ହୀନ ଷଡ଼ଯନ୍ତ୍ର ଚାଲିଛି। ଯଦିଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ନିନ୍ଦା କରିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us