ଫୁଲମାଳରେ ଲୁଚି ଯାଉଛି ବିଜୁ ବାବୁଙ୍କ ମୁହଁ । ପ୍ରତିମୂର୍ତ୍ତିରେ ହାରଟିଏ ଦେବାକୁ ଯେମିତି ଲାଗିଛି ପ୍ରତିଯୋଗିତା । ନୀଳଗିରିର ଏ ଚିତ୍ର ଚଳିତ ବର୍ଷର ନୁହେଁ, ଏ ଦୃଶ୍ୟ ଥିଲା ଗତ ବର୍ଷର । କିଏ ରାତି ପାହୁପାହୁ ପ୍ରତିଯୋଗୀତା ଲଗାଇ ମୋଟା ଫୁଲହାର ପିନ୍ଧାଉଥିଲେ, ତ ଆଉ କିଏ ଜଳାଶ୍ରୟରେ ଘଟବୁଡାଇ ତିଳତର୍ପଣ କରୁଥିଲେ । କିନ୍ତୁ ଚଳିତ ବର୍ଷ ଯେମିତି ବିଜେଡିର ପରାଜୟ ପରେ ଏଠି ସବୁ ଠପ୍‌ । ଏଥର ଆଉ ସେ ଉତ୍ସାହ ନାହିଁ କି ବିଜୁଙ୍କୁ ମାଳଟିଏ ପିନ୍ଧାଇବାକୁ ଲାଗିନି ପ୍ରତିଯୋଗିତା ।