ବିଜୁଙ୍କ ପାଇଁ ନବୀନଙ୍କ ଚେତା ନାହିଁ
ହଟ୍ଟଗୋଳ, ହୋହଲ୍ଲା ଏବଂ ନରାବାଜିରେ କମ୍ପିଲା ଗୃହ । ବହିଲା ବିଜେଡି ପବନ । ସୃଷ୍ଟି ହେଲେ ବିଜୁ ଝଡ଼ । ଏ ଦୃଶ୍ୟ ଶୁକ୍ରବାର ଦିନ ବିଧାନସଭାର । ବିଜୁ ଜନତା ଦଳରୁ ବିଜୁଙ୍କ ଅସ୍ତିତ୍ୱ ଲୁଚିଯିବା ପରେ ହଠତ୍ ଯେମିତି ବିଜେପି ସରକାର ବିଜେଡିର ଚେତା ଫେରାଇଥିଲା । ବିଜୁଙ୍କ ଜୟନ୍ତୀକୁ ଆଡ଼ମ୍ବରରେ ପାଳନ କରି ପଞ୍ଚାୟତିରାଜ ଦିବସ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଥିଲା । ଆଉ ତା’ ପରେ ଆକ୍ସନକୁ ଆସିଥିଲା ବିଜେଡି, ଏବଂ ପୁଳାପୁଳା ରିଆକ୍ସନ ବି ଦେଇଥିଲା । ସେ ସବୁ ଭିତରୁ ଏ ହେଉଛି ଗୋଟିଏ ଝଲକ୍ । ଶୁଣନ୍ତୁ କ’ଣ କହୁଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ବିଧାୟକ ଅରୁଣ ସାହୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us