ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗଛ ଲଗାଇଛନ୍ତି ରାଜ୍ୟ ସରକାର । ଏପରିକି କୋଭିଡ ସମୟରେ ପାଖାପାଖି ୩ କୋଟି ଟଙ୍କାର ଗଛ ଲଗାଯାଇଥିବା ନଗର ଉନ୍ନୟନ ବିଭାଗ ତଥ୍ୟ କହୁଛି । ତେବେ ସରକାରଙ୍କ ଏହି ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ବିରୋଧୀ ବିଜେପି । ଗଛ ଲଗାଇବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।