ନବୀନ ନିବାସରେ ଚାଲିଛି କି ମିଛ ନାଟକ ? ପାଣ୍ଡିଆନଙ୍କୁ କଲେ ଆଟାକ୍‌ । ନବୀନ ଦେଉଛନ୍ତି ରିଆକ୍ସନ । ଦଳର ସଂଗଠନ ପଛ, କିନ୍ତୁ ଆଗ ହେଲେ ଭିକେ ପାଣ୍ଡିଆନ୍‌ । ସଂସଦରେ ୱାକଫ୍‌ ବିଲ୍‌କୁ ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଆଉ ସେହି ନିଆଁରେ ଏବେ ଘିଅ ଢାଳିଛନ୍ତି ଖୋଦ୍‌ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ପ୍ରଭାତଙ୍କ କଟୁ ମନ୍ତବ୍ୟ ପରେ, ପୂର୍ବ କଥାକୁ ମନେପକାଇ କଡ଼ା ମନ୍ତବ୍ୟ ରଖି ପ୍ରଭାତଙ୍କୁ ଯେମିତି ଚିମୁଟି ଦେଇଛନ୍ତି ନବୀନ । ଆଉ ମନେପକାଇ ଦେଇଛନ୍ତି ପୁରୁଣା ସେ ଘା’ର ଅଦେଖା ଦରଜ ।