Advertisment

ବିଜେଡି ଖୋଲିଲାନି ତୃତୀୟ କାର୍ଡ୍। ନାମାଙ୍କନ ଭରିଲେ ଦେବାଶିଷ ଓ ଶୁଭାଶିଷ

ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।

Advertisment

ବିଜେଡି ଖୋଲିଲାନି ତୃତୀୟ କାର୍ଡ୍। ନାମାଙ୍କନ ଭରିଲେ ଦେବାଶିଷ ଓ ଶୁଭାଶିଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏ ଦୁଇଜଣ ଆଜି ଦୁଇ ସେଟ୍ ଫର୍ମ ଦାଖଲ କରିଛନ୍ତି। ଯୁବ ଚେହେରା ଶୁଭାଶିଷଙ୍କ ପ୍ରସ୍ତାବକ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଗତକାଲି ସରପ୍ରାଇଜ୍‌ କାର୍ଡ ଖେଳି ନବୀନ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାଁକୁ ରାଜ୍ୟସଭା ପାଇଁ ମୋହର ମାରିଥିଲେ। ହେଲେ ଝୁଲି ରହିଛି ତୃତୀୟ ପ୍ରାର୍ଥୀଙ୍କ ନାଁ। ଏଥିପାଇଁ କାହା ନା ଘୋଷଣା ହେବ, ଆଉ ସମୀକରଣ କ’ଣ ରହିବ ତାକୁ ନେଇ ଦଳ ଏବେ ବି କସରତ୍ କରୁଛି। ଚର୍ଚ୍ଚା ହେଉଛି ଯେ ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିଜେପି ଓ ବିଜେଡି ମିଳିତ ପ୍ରାର୍ଥୀ ଦେଇପାରନ୍ତି। ନଚେତ ଆଦିବାସୀ କି ମହିଳା କାର୍ଡ ବି ଖେଳିପାରନ୍ତି ନବୀନ। ଦଳରେ ଅନେକ ପୁରୁଖା ବି ଅଛନ୍ତି। ତାଙ୍କୁ ବି ସୁଯୋଗ ମିଳିପାରେ। ତେବେ ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।

Advertisment
BJD BJP Congress Odisha Politics Rajyasabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ