Advertisment

Video: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।

Advertisment

୯ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ସହ ୧୦ ଦଫା ଦାବିରେ ଗର୍ଜିଲେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ । ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ହଜାର ହଜାର ସଂଖ୍ୟାରେ ଆଜି ମହାତ୍ମା ଗାନ୍ଧୀ ମାର୍ଗକୁ ଆସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ଆସେମ୍ଲି ଛାଡ଼ି ସେଠି ହଠାତ୍ ଉଭା ହୋଇ ନିଆଁରେ ଘିଅ ଢାଳିବା ଭଳି ଭାଷଣ ଦେଇ ଉସୁକାଇଥିଲେ ବିଜେଡି ବିଧାୟକ । ଯାହାର ଜବାବ ରଖି ବିଜେପି କହିଛି- ନିଜେ ସରକାରରେ ଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ତା’ର ରିନ୍ୟୁ ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

Advertisment
Bhubaneswar BJD Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ