Advertisment

କିଏ ଧରିବେ ପୁରୀ ଜିଲ୍ଲା ବିଜେଡି ମଙ୍ଗ ?

ମହେଶ୍ବର ମହାନ୍ତିଙ୍କ ଅବର୍ତ୍ତମାନରେ କିଏ ସମ୍ଭାଳିବେ ପୁରୀ ଜିଲ୍ଲାରେ ବିଜେଡି ସଂଗଠନ? କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ ? ବିବାଦରେ ସମୀର, ସଂଜୟଙ୍କ ସହ ଅନ୍ୟ ନେତାଙ୍କ କନ୍ଦଳ ଚିନ୍ତା । ମହେଶ୍ବରଙ୍କ ଲିଗାସୀ ପୁଅ ସୁନୀଲ ନେଉଥିବା ଚର୍ଚ୍ଚା।

Advertisment

ମହେଶ୍ୱରଙ୍କ ପରେ ବିଜେଡିକୁ ଘାରିଛି ପୁରୀ ଜିଲ୍ଲା ଟେନସନ୍ । ବିବାଦକୁ ଆସିବା ପରେ କିଛିଦିନ ତଳେ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଥିଲେ ସମୀର ଦାଶ। ଏପଟେ ପୁଣି ପିନାକୀ ଓ ସଞ୍ଜୟଙ୍କ ମଧ୍ୟରେ ଅପଡ଼। ତେଣେ ସତ୍ୟବାଦୀରେ ଉମା ସାମନ୍ତରାୟଙ୍କ ହାତରୁ ସଙ୍ଗଠନ ଖସୁଥିବା ଚର୍ଚ୍ଚା ହେଉଛି। ତେଣୁ ଏବେ ଚର୍ଚ୍ଚା, କିଏ ନେବ ମହେଶ୍ୱରଙ୍କ ସ୍ଥାନ ? ପୁରୀରେ କିଏ ଧରିବ ବିଜେଡି ମଙ୍ଗ? ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ। ହେଲେ ଢେର୍ ଦିନ ହେଲା ସାଂସଦ ପିନାକୀ ମିଶ୍ରଙ୍କ ସହ ସଞ୍ଜୟଙ୍କ ବିବାଦ ରହିଛି। ଏମିତି କି କିଛି ଦିନ ତଳେ ଉଭୟଙ୍କ ସମର୍ଥକ ହାତାହାତି ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଖାଲି ପିନାକୀ ନୁହନ୍ତି, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ସହ ଭିତିରି ବୁଝାମଣା ଠିକ୍ ନାହିଁ। ସତ୍ୟବାଦୀରେ ଉମାଙ୍କ ହାତରୁ ଖସି ଯାଇଛି ବ୍ଲକ୍ ଆଉ ଜିଲ୍ଲା ପରିଷଦ ଆସନ। ଚର୍ଚ୍ଚା ହେଉଛି ଏହାର ସୁଯୋଗ ନେଇ ସଞ୍ଜୟ ସତ୍ୟବାଦୀକୁ ଫେରିବାକୁ ଚାହୁଁଥିବାରୁ ଉମା ଆଉ ସଞ୍ଜୟଙ୍କ ମଧ୍ୟରେ ଭିତିରିଆ ବିବାଦ ଚାଲିଛି। ଏମିତି ସ୍ଥିତିରେ ପୁରୀ ଜିଲ୍ଲାରେ କାହାକୁ ଦାୟିତ୍ୱ ଦେବେ ନବୀନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  

Advertisment
Odisha Puri BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ