Last updated: 13 September 2024, 09:11 PM IST
ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ। ଯେଉଁଥିପାଇଁ ହାଇକୋର୍ଟରେ ରୁଜୁ ହୋଇଛି ରେକର୍ଡ ମାମଲା। କିଏ ଭୁଲ ତଥ୍ୟ ପାଇଁ ତ ଆଉ କିଏ ବିଜୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣପତ୍ରକୁ ନେଇ ମାମଲା ଦାୟର କରିଛନ୍ତି। ତେବେ ବିଜେଡି ବିଧାୟକଙ୍କ ବିରୋଧରେ ସର୍ବାଧିକ ମାମଲା ଦାୟର ହୋଇଛି।