Advertisment

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା

ଦ୍ୱନ୍ଦ୍ୱ ଦୂର କଲେ ବଂଶଲ। ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। କର୍ମୀଙ୍କ ମନରେ ଦ୍ୱନ୍ଦ ଦୂର କର ସଂଗଠନକୁ ମଜଭୁତ କର। ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକରେ ରାଜ୍ୟ ନେତାଙ୍କୁ ଏମିତି ରୋକଠୋକ ଶୁଣାଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।

Advertisment

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଷ୍ଟ୍ରାଟେଜି। ଦାୟିତ୍ୱରେ ରହିବେ ଖୋଦ୍ ମୋଦି, ଶାହା ଓ ରାଜନାଥ। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଲୋକସଭା ନୁହେଁ, ଫୋକସରେ ବିଧାନସଭା। ଆଜି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକରେ ଏଇ ବାର୍ତ୍ତା ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ସହ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ମାନସମନ୍ଥନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ଏବଂ ସହ ପ୍ରଭାରୀ ବିଜୟ ପାଲସିଂ ତୋମାର। ଯାହାର ପ୍ରମୁଖ ବିନ୍ଦୁ ସବୁ ଥିଲା- ଓଡ଼ିଶାରେ କ୍ଲଷ୍ଟର ଷ୍ଟ୍ରାଟେଜି ଆପଣାଇବ ଦଳ । ଓଡିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ୩ କେନ୍ଦ୍ରୀୟ ନେତା ସେସବୁ କ୍ଲଷ୍ଟରରେ ନିର୍ବାଚନୀ କାର୍ଯ୍ୟକ୍ରମ ସହ ଷ୍ଟ୍ରାଟେଜିର ସମୀକ୍ଷା କରିବେ। ଏହାସହ ରାଜ୍ୟ ନେତାମାନେ ମଧ୍ୟ ଏହି କ୍ଲଷ୍ଟର ଦାୟିତ୍ୱରେ ରହିବେ। ତେଣୁ ଯଥାଶୀଘ୍ର ସବୁଠି ବୁଥ୍ କମିଟି ଗଠନ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମୀଙ୍କ ମନରୁ ବିଜେପି-ବିଜେଡି ସଂପର୍କ
ଦ୍ୱନ୍ଦ୍ୱକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବଂଶଲ। କହିଛନ୍ତି, କୌଣସି ମେଣ୍ଟ ହେବ ନାହିଁ ବୋଲି କେନ୍ଦ୍ର ନେତୃତ୍ୱ ସଫା ସଫା ଶୁଣାଇ ସାରିଥିବାରୁ ଏ ସ୍ପଷ୍ଟ ବାର୍ତ୍ତା ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚାଅ।

Advertisment
Odisha News Narendra Modi BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ