Advertisment

ରାଗିଗଲେ ବାଚସ୍ପତି, ବିଧାନସଭାରୁ ୧୨ ବିଧାୟକଙ୍କୁ କଲେ ବିଦା

୭ ଦିନ ପାଇଁ ଗୃହରୁ କଂଗ୍ରେସ ଆଉଟ୍‌ । ୧୪ ବିଧାୟକରୁ ବିଦା ହେଲେ ୧୨ ଜଣ । ତାରା ଓ ରମେଶଙ୍କ ଛଡ଼ା ଗୃହରେ ଦେଖିବାକୁ ମିଳିବେନି କଂଗ୍ରେସର ଅନ୍ୟ ସଦସ୍ୟ । ଲଗାତାର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇପାରିଲାନି ଗୃହ ।

ଅଦ୍ୟତନ ହୋଇଛି
Advertisment

୭ ଦିନ ପାଇଁ ଗୃହରୁ କଂଗ୍ରେସ ଆଉଟ୍‌ । ୧୪ ବିଧାୟକରୁ ବିଦା ହେଲେ ୧୨ ଜଣ । ତାରା ଓ ରମେଶଙ୍କ ଛଡ଼ା ଗୃହରେ ଦେଖିବାକୁ ମିଳିବେନି କଂଗ୍ରେସର ଅନ୍ୟ ସଦସ୍ୟ । ଲଗାତାର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇପାରିଲାନି ଗୃହ । ସପ୍ତାହେ ଅଚାଳାବସ୍ଥା କଲେ, ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ । ବିଜେଡି ଓ କଂଗ୍ରେସ ମିଶି ବିଧାନସଭା ହୁଲୁସ୍ତୁଲ କଲେ । ଗତ ସପ୍ତାହରେ ପୋଡିୟମ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିବା ଅଭିଯୋଗରେ ତାରାଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି । ଆଉ ଏବେ କଂଗ୍ରେସ ସଦସ୍ୟମାନେ ଘଣ୍ଟ, ଗିନି ବଜାଇ ଗୃହରେ ବିଶୃଙ୍ଖଳା କରୁଥିବାରୁ ଏକାଥରେ ୧୨ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଏହାକୁ ନେଇ ତାରା ବାହିନୀପତି କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ଇତିହାସ ହୋଇ ରହିବ । ୨୭ରେ ବିଧାନସଭା ଘେରାଉ କରିବୁ, ଜୋରଦାର ଲଢ଼େଇ କରିବୁ ।

Advertisment
Congress OPCC MLA Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ