Advertisment

ପରଲୋକରେ ଖଲ୍ଲିକୋଟ ରାଣୀ...ଝୁରୁଛି ଗଞ୍ଜାମ

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।

Advertisment

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ । ଜନତାଙ୍କ ଅକୁଣ୍ଠ ସ୍ନେହ, ଆଦର ଏବଂ ସମ୍ମାନ ପାଇ ଦଶ-ଦଶ ଥର ବିଧାୟକ ବନିଥିଲେ ବି କେବେ ବି ନଥିଲା ମନ୍ତ୍ରୀ ହେବାର ଅଭିଳାଷ ।

Advertisment

ଆଉ ଜୀବନ ତମାମ ସେହି ପଣ ରଖି ଶେଷରେ ଆଖି ବୁଜିଛନ୍ତି ସୁଜ୍ଞାନ କୁମାରୀ । ଯାହାଙ୍କୁ ଝୁରୁଛି ଗଞ୍ଜାମ ମାଟି, ଝୁରୁଛନ୍ତି ତାଙ୍କ ସାନ୍ନିଧ୍ୟ ପାଇଥିବା ନେତା ଓ ଜନତା । ନିସ୍ତବ୍ଧ ହୋଇ ଯାଇଛି ଖଲ୍ଲିକୋଟ ରାଜବାଟୀ...ଶୋକସନ୍ତପ୍ତ ଜନତା... । ରାଣୀ ସାହେବାଙ୍କ ନିଧନ ପରେ ଝୁରୁଛି ରାଜତନ୍ତ୍ରଠୁ ରାଜନୀତି ଯାଏଁ ମୁକସାକ୍ଷୀ ସାଜିଥିବା ଅଟ୍ଟାଳିକା...।

BJD BJD MLA BJD Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ