Advertisment

ଦେଶ ପାଳିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ; ସବୁଠି ଶୁଭିଲା ସ୍ୱଚ୍ଛତା ହିଁ ସେବାର ମନ୍ତ୍ର

ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ରାଜଧାନୀ ସ୍ଥିତ ଐତିହ୍ୟସ୍ଥଳ ଖଣ୍ଡଗିରି-ଉଦୟଗିରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ନୟାପଲ୍ଲୀ ଇନ୍ଦ୍ରଧନୁ ହାଟକୁ ବର୍ଜ୍ୟମୁକ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Advertisment

ସଡ଼କରୁ ସମ୍ବିଧାନ ଭବନ । ରାସ୍ତାଘାଟରୁ ରେଳଧାରଣା । ବସ୍ତିରୁ ବେଳାଭୂମି । ଆଜି ସବୁଠି ବୁଲିଛି ଝାଡ଼ୁ । ଶୁଭିଛି ସ୍ୱଚ୍ଛତା ହିଁ ସେବାର ମନ୍ତ୍ର । ନେତାଠୁ ଜନତା, ସମସ୍ତେ ହାତରେ ଝାଡ଼ୁ ଧରି ଏକମନ ଏକପ୍ରାଣରେ ସ୍ୱଚ୍ଛତା ପାଇଁ କରିଛନ୍ତି ଶ୍ରମଦାନ । ଦିନ ୧୦ଟାରୁ ୧୧ଟା । ଅତିକମରେ ଆଜି ଏଇ ଘଣ୍ଟାକ ଲାଗି ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଅପିଲ୍ ଆଜି ମେଗା ଅଭିଯାନର ରୂପ ନେଇଥିଲା ସାରା ଦେଶରେ । ନିଜେ ମୋଦି ହରିୟାଣାର ଫିଟନେସ୍ ଇନଫ୍ଲୁଏନ୍ସର ଅଙ୍କିତ ବୈୟାନପୁରିଆଙ୍କ ସହ ସାମିଲ ହୋଇଥିଲେ ସଫେଇ ଅଭିଯାନରେ । ସୁସ୍ଥତା ସହ ସ୍ୱଚ୍ଛତାର ନିବିଡ଼ ସଂପର୍କ ରହିଛି ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment
India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ