Bharati Singh Gets Her Job Back
ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ। ସେପଟେମ୍ବର ୧୧। ରାଜଧାନୀରେ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ବେଳେ ଫାଇଭ ଟି ସଚିବଙ୍କ ବିରୋଧରେ ଏମିତି କିଛି ପଦ କହିଥିଲେ ଭାରତୀ। ଆଉ ଏହାର ଠିକ୍ ଦୁଇ ଦିନ ପରେ ଗୋଲ୍ ହୋଇଯାଇଥିଲା ତାଙ୍କ ଚାକିରି। ତାଙ୍କ ଉପରେ କାର୍ଯ୍ୟ ଅବହେଳାର ଦୋଷ ଲଦି ଚାକିରିରୁ ବହିଷ୍କାର ନୋଟିସ ପରେ ଭାରତୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା ଚଡ଼କ। ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ। ହେଲେ ତାଙ୍କୁ କୌଣସି ପୂର୍ବ ନୋଟିସ ବିନା ହଠାତ ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନଥିଲେ ଏହି ଆଦାବାସୀ ଉଚ୍ଚଶିକ୍ଷିତା ସ୍ୱାଭିମାନୀ ମହିଳା। ଆଉ ଏହାର ପ୍ରତିବାଦ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ମାତ୍ର ୬ ହଜାର ଟଙ୍କା ଦରମାରେ ପରିବାର ପ୍ରତିପୋଷଣ କରୁଥିବା ଭାରତୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଗାତର ଭାବେ ଖବର ପ୍ରସାରଣ ପରେ ଭାରତୀଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ ସାଧାରଣ ଜନତା, ନେତା, ଗଣ୍ଡ ସମାଜ ଓ ସର୍ବୋପରି ତାଙ୍କ ବ୍ୟାଙ୍କ ମିତ୍ର ସଂଘ। ଶେଷରେ ଲୋକଙ୍କ ଦାବି ଆଗରେ ହାର ମାନିଛି ପ୍ରଶାସନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us