ଯେଉଁଠି ସ୍ୱାସ୍ଥ୍ୟସେବା ମିଳେ, ସେଇଠି ଅସ୍ୱାସ୍ଥ୍ୟକର ପରିବେଶ । ଯେଉଁଠି ରୋଗଦୁଃଖର ଉପଚାର ହୁଏ, ସେଇଠି ଫାଟି ପଡୁଛି ଦୁର୍ଗନ୍ଧ । ଫିଙ୍ଗାଯାଇଛି ଅଇଁଠା ଖଲିପତ୍ର । ଏଣେତେଣେ ପଡ଼ିରହିଛି ପଚାସଢ଼ା ସାମଗ୍ରୀ । ପାଣି ପିଇସାରି ଫିଙ୍ଗାଯାଇଛି ପଇଡ଼ । ଅଳିଆ ଉଠା ଟ୍ରଲିର ଆବର୍ଜନା ବାହାରି ବିକ୍ଷିପ୍ତ ହୋଇରହିଛି ଚାରିଆଡ଼େ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସରେ ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ ଆବର୍ଜନାର ପାହାଡ଼ ।