Mines
ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି । ଦିନତମାମ ଅଧିକାଂଶ ପରିବାର ଘର ମୁଖିଆଙ୍କ ଫେରିବା ବାଟକୁ ଚାହିଁ ବସୁଛନ୍ତି ପରିବାର ଲୋକେ ।
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ସିଜିମାଳି ପାହାଡ ଉପରେ ରହୁଥିବା ୫ଟି ଗାଁରେ ଗଲା କିଛି ଦିନ ହେଲା ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନକୁ ବିରୋଧ ସହ ଭିଟାମାଟିରୁ ବେଦଖଲ ଓ ଜୀବନ ଜୀବୀକା ଉଜୁଡ଼ିବା ଆଶଙ୍କାରେ ବେଦାନ୍ତ କଂପାନୀ ବିରୋଧରେ ଆନ୍ଦୋଳନ କରି ରାତିଅଧିଆ ଗିରଫ ହେଲେଣି ୨୧ଜଣ ନିରୀହ ଆଦିବାସୀ । ଅନେକଙ୍କ ନାଁରେ ନରହତ୍ୟା ଓ ମାଓବାଦୀ ସଦସ୍ୟ ଭଳି ମିଛ ମାମଲା ରୁଜୁ କରି ପୋଲିସ ସଂଗୀନ ଦଫା ବି ଲଗାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us