Advertisment

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ, ଦଶପଲ୍ଲା ବି ଦେଖିଲା ଟ୍ରେନ୍

ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ।

Advertisment

ଦଶପଲ୍ଲା ଦେଖିଲା ଟ୍ରେନ୍‌ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଆଜି ଶୁଭାରମ୍ଭ କରିଛନ୍ତି। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଛନ୍ତି। ଏହା ସହିତ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପୃଷ୍ଠା ଯୋଡ଼ି ହୋଇଛି। ଦଶପଲ୍ଲାରୁ ଟ୍ରେନ୍ ଆରମ୍ଭ ସମୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ରେଳପଥ ଖୁବ୍ ଶୀଘ୍ର ବଲାଙ୍ଗିର ଛୁଇଁବ। କୌଣସି ବାଧା ଅଟକାଇ ପାରିବନି। ମାଟି ପାଇଁ କାମ କରିବା ବେଳେ ରାଜନୀତି କରିବାନି ବୋଲି କହିଛନ୍ତି ରେଳମନ୍ତ୍ରୀ।

Advertisment
Odisha News Railway Station Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ