Advertisment

ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ତୀବ୍ର ହେଉଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଯାହାର ପ୍ରଭାବ ସିଧାସଳଖ ପଡ଼ିଛି ଜୀବନଯାତ୍ରା ଉପରେ। କ୍ଷୀର ଯୋଗାଣଠୁ ଆରମ୍ଭ କରି ଯାତ୍ରୀ ସେବା ଯାଏଁ ରାଜ୍ୟରେ ସବୁ କିଛି ଠପ୍।

Advertisment

ଭଲ ଚିକିତ୍ସା ପାଇଁ ବୌଦ୍ଧରୁ କଟକ ବଡ଼ ମେଡିକାଲ ଦୌଡ଼ି ଆସିଥିଲେ। ହେଲେ ଡାକ୍ତର ଦେଖାଠୁ ବଳିଗଲା ଘରକୁ ଫେରିବା । ଗାଡ଼ି ଚାଳକଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ବରମୁଣ୍ଡା ବସଷ୍ଟାଣ୍ଡରେ ଢେର ସମୟ ବସିବା ପରେ ଶେଷରେ ବାଧ୍ୟ ହୋଇ କାର୍ ଭଡ଼ା କରି ରୋଗୀ ନେଇ ଘରକୁ ଫେରିଲେ ବୌଦ୍ଧର ମନୋଜ ଜାନି। କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ନୟାଗଡ଼। ରାଜ୍ୟର ସବୁ ଜାଗାରେ ଦେଖିବାକୁ ମିଳିଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଏମିତି ପ୍ରଭାବ। ଛିଡ଼ା ହୋଇ ରହିଛି ବସ୍, ବିଚାରା ଯାତ୍ରୀ ହନ୍ତସନ୍ତ। କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଓମଫେଡ୍ ବୁଥରେ ଆଜି ଲୋକଙ୍କୁ କ୍ଷୀର ମିଳି ନ ଥିଲା । ଏମିତିକି ଅନେକ ଚା’ ଦୋକାନୀ ଆଜି ନାଲି ଚା’ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ।  

Advertisment
Driver Protest Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ