Advertisment

ଧନୁରୁ ସଂକ୍ରାନ୍ତି ମକର ସବୁଠି ରାଜ କରୁଛି ଆସିକା ମୁଆଁ

ସାରା ରାଜ୍ୟରେ ଆପଣ ଦେଖିବାକୁ ପାଇବେ ଗଞ୍ଜାମ ଆସିକାର ଏହି ପାରମ୍ପରିକ ମୁଆଁ। ଏହା ଧନୁରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନରେ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ।

Advertisment

ଦେଖୁଛନ୍ତି ତ ଦର୍ଶକ ବନ୍ଧୁ ଏହା ଏକ ଫଳ ଦୋକାନ, ଫଳ ଦୋକାନର ବ୍ୟାନର ବି ଲାଗିଛି। ହେଲେ ଏଠାରେ ଥାକଥାକ ହୋଇ ଥୁଆ ହୋଇଛି ଭଳିକି ଭଳି ବିଭିନ୍ନ ଡିଜାଇନ୍ ଓ ରକମ ମୁଆଁ। ଏହି ମୁଆଁ ଗଞ୍ଜାମର ଆସିକାରେ ପ୍ରସ୍ତୁତ କରାଯାଇ ସାରାରାଜ୍ୟ ଶୀତଦିନରେ ରପ୍ତାନୀ ହୋଇଥାଏ। ଶୀତଦିନ ଆସିଲେ ଏହି ପାରମ୍ପରିକ ଆସିକା ମୁଆଁ ଚାହିଦା ବେଶ ଅଧିକ। ପ୍ରଥମେ ଶୁଖିଲା ନଡ଼ିଆକୁ ଛଡାଇ ତାକୁ ଭାଙ୍ଗି ଶଢେଇରୁ ବାହାର କରି ସାଇଜରେ ପାତିଆ କରିକି କାଟୁଛନ୍ତି। କଟା ନଡ଼ିଆ ପାତିକୁ ଚିନିରେ ପାଗ କରୁଛନ୍ତି। ଏଠାରେ ସାଧା ମୁଆଁ, କାଜୁ ମୁଆଁ,ଭଜା ମୁଆଁ, ଗୁଡ଼ ମୁଆଁ ଭଳି ଅନେକ ରକମର ମୁଆଁ ପ୍ରସ୍ତୁତ କରାଯାଉଛି । ହେଲେ ଲୋକଙ୍କର ବେଶି ପସନ୍ଦ ଭଜା ମୁଆଁ।

Advertisment
Odisha Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ