Advertisment

ଖଣ୍ଡେ ବାଡି ସାହାଯ୍ୟରେ ସାପ ଧରୁଛନ୍ତି ଦମ୍ପତି

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

Advertisment

ଆଜବେଷ୍ଟସ୍ ସନ୍ଦିରେ ସାପର ସୁ ସୁ ଗର୍ଜନ। କିନ୍ତୁ ତାକୁ ଖାତିର ନକରି ଖଣ୍ଡେ ବାଡି ସାହାଯ୍ୟରେ ସାପ ଧରୁଛନ୍ତି ଏହି ଦମ୍ପତି । ଖୋର୍ଦ୍ଧା ବେଗୁନିଆ ବ୍ଲକ ମୁକ୍ତାପୁର ଗାଁର ବିପିନ ନାୟକ ଓ ପତ୍ନୀ ରିୟା। ସାଧାରଣତଃ ସାପ ନାଁ ଶୁଣିଲେ ଦେହ ଶୀତେଇ ଉଠୁଥିବା ବେଳେ ରିୟାଙ୍କ ପାଇଁ କିନ୍ତୁ ବିଷଧର ସାପଙ୍କୁ ଧରିବା ସତେ ଯେମିତି ପିଲାଖେଳ । ବାହାଘର ପରେ ସାପ ଧରିବାର କୌଶଳ ସେ ସ୍ୱାମୀଙ୍କଠୁ ଶିଖିଥିଲେ। ଏବେ ପ୍ରତିଦିନ କେଉଁଠି ନା କେଉଁଠିକୁ ଯାଇ ସାପ ଧରୁଛନ୍ତି। ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

Advertisment
Snake Helpline
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ