Advertisment

ବିଲ୍ୟୁଙ୍କୁ ବାଟବଣା କଲା ଗୁଗୁଲ୍‌ ମ୍ୟାପ୍‌

ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ବଦେଶ ଫେରିଯିବେ। ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ। କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍...

Advertisment

ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍। କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍। ପହଞ୍ଚିଯାଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଗୁଠୁଣା ଗାଁ। ଏ ହେଉଛନ୍ତି ବିଲ୍ୟୁ ଓରଫ୍ ମାର୍ଶଲ। ଫ୍ରାନସ ଭଳି ରାଷ୍ଟ୍ରରୁ ଆସିଥିବାରୁ ବିଲ୍ୟୁଙ୍କୁ ଅତିଥି ଭଳି ସେବା ସତ୍କାର କରୁଛନ୍ତି ସ୍ଥାନୀୟ ଯୁବକ ମାନେ। ଆତିଥ୍ୟ ପାଇ ବିଲ୍ୟୁ ବି ଖୁସ୍। ହସୁଛନ୍ତି, ବୁଲୁଛନ୍ତି, ଖାଉଛନ୍ତି, ସ୍ଥାନୀୟ ଯୁବକଙ୍କ ସହ ସେଲଫି ନେଇ ମଜା ଉଠାଉଛନ୍ତି। ଗୁଗୁଲ୍ ମ୍ୟାପ୍ ଦେଖି ବାଟ ଭୁଲି ଆସିଥାନ୍ତୁ ପଛକେ, ଏଇଠି ଯେଉଁ ସ୍ନେହ ଆଉ ସରାଗ ପାଉଛନ୍ତି ତାକୁ ନେଇ ଗଦଗଦ୍ ବିଲ୍ୟୁ। ଭାବ ବିହ୍ୱଳ ହୋଇଯାଇଛନ୍ତି ଗୋଟାପଣେ। ଏବେ ଗାଁରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମଜା ନେଉଛନ୍ତି। ତେଣୁ ଟୁର୍ଣ୍ଣାମେଣ୍ଟ ସରିଲେ ସେ ଫେରିଯିବେ ବୋଲି କହିଛନ୍ତି।

Advertisment
Google Maps Baleswar Foreigners Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ