Advertisment

ଓଡ଼ିଆଙ୍କ ଅଭୁଲା ଆତିଥ୍ୟ ପାଇ ଗଦଗଦ ବିଦେଶୀ ପର୍ଯ୍ୟଟକ

ଗୁଗୁଲ୍ ସିନା ଦେଲା ତିକ୍ତ ଅନୁଭୁତି, ଗାଁ ପିଲାଙ୍କ ପାଖରୁ କିନ୍ତୁ ପାଇଗଲେ ମଧୁର ସ୍ମୃତି। ଗୁଗୁଲ୍ ମ୍ୟାପ୍ ଦେଖି ବାଟହୁଡ଼ି ଯାଇଥିବା ବିଦେଶୀ ପର୍ଯ୍ୟଟକ ବିଲ୍ୟୁ ଓରଫ୍ ମାର୍ସଲ୍ କେବେ ବି ଭୁଲିପାରିବେନି ଓଡ଼ିଶାକୁ, ଓଡ଼ିଆଙ୍କୁ ଏବଂ ଓଡ଼ିଆଙ୍କ ଖାଦ୍ୟ ପରମ୍ପରାକୁ।

Advertisment

ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି। ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ। ପର ବି ଆପଣାର ହୋଇଯାଏ। ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ। ଏଇ ଯେମିତି ଫ୍ରାନ୍ସ ପର୍ଯ୍ୟଟକ ମାର୍ସଲ୍ ଓରଫ୍ ବିଲ୍ୟୁ । ଗୁଗୁଲ୍ ମ୍ୟାପ୍ ଦେଖି ବାଟ ବଣା ହୋଇ କୋଲକାତା ବଦଳରେ ବାଲେଶ୍ୱର ଜିଲ୍ଲା ମହୁମୁହାଣ ପଞ୍ଚାୟତ ଗୁଠୁଣା ଗାଁରେ ଆସି କେମିତି ପହଞ୍ଚିଯାଇଥିଲେ ବିଲ୍ୟୁ, କାଲି ଦେଖିଥିଲେ ଆପଣ। ହେଲେ ବିଲ୍ୟୁଙ୍କ ପାଖରେ ଯେ ଏତେ ପ୍ରତିଭା ଅଛି, ଆମେ ବି ଜାଣିନଥିଲୁ।  ଏଇ ଯେମିତି ପାଟିରେ ପାଟିରେ ମ୍ୟୁଜିକ ପରିବେଷଣ ସହ ରାପ୍ ସଂଗ୍ ତ ମନ କିଣିନେଇଛି ଅଞ୍ଚଳବାସୀଙ୍କର। ବିଲ୍ୟୁ ବାଟବଣା ହୋଇ ଆସିଥାନ୍ତୁ ପଛକେ, ୨ ଦିନର ରହଣୀ ଭିତରେ ବିଦେଶୀ ଅନ୍ଦାଜରେ ଗୀତ ସଂଗୀତ ଗାନ କରି, କୋଟି ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ଜୟକାର କରି ଏବଂ ଓଡ଼ିଆ ଖାଦ୍ୟର ପ୍ରେମରେ ପଡ଼ି ଆପଣାର କରି ନେଇଛନ୍ତି ଓଡ଼ିଆଙ୍କୁ। ଆଜି ବିଲ୍ୟୁ ଫେରିଯାଇଛନ୍ତି କୋଲକାତା। ଯିବାବେଳେ ଭାବବିହ୍ବଳ ହୋଇ ବିଦାୟ ଦେଇଛନ୍ତି ମହୁମୁହାଣ ପଞ୍ଚାୟତର ଯୁବକ। ନିଜ ଆଡ଼ୁ ଟିକଟ୍ କାଟି ସୋର ଷ୍ଟେସନରେ ଟ୍ରେନରେ ବସାଇ ବିଦାୟ ଜଣାଇଛନ୍ତି ସମସ୍ତେ। ଆଉ ଯିବାବେଳେ ଅଞ୍ଚଳବାସୀଙ୍କ ଆତିଥ୍ୟ ଓ ଶ୍ରଦ୍ଧାକୁ ଭୁରି ଭୁରି ପ୍ରଶଂସା କରିବା ସହ ଏଣିକି ସପରିବାର ଆସିବେ ବୋଲି କହିଛନ୍ତି। 

Advertisment
Odisha News Foreigners Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ