ଏ ରାସ୍ତା ନୁହେଁ ମରଣଜନ୍ତା । ଯାଉଛି ଜୀବନ କିନ୍ତୁ ଶୋଇ ରହିଛି ପ୍ରଶାସନ। ରାସ୍ତାରୁ ପିଚୁ ଉଠିଗଲାଣି । ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି। ସତେ ଯେମିତି ପ୍ରଶାସନ ପାଇଁ ଲୋକଙ୍କ ଜୀବନ ମୂଲହୀନ…

ଟିକେ ଭଲ ଭାବରେ ଦେଖନ୍ତୁ ଏହି ରାସ୍ତାକୁ। କେଉଁଠି ରାସ୍ତାରୁ ପିଚୁ ଉଠିଗଲାଣି ତ ଆଉ କେଉଁଠି ଖାଲଖମାରେ ଭର୍ତ୍ତି ପରିପୂର୍ଣ୍ଣ ରାସ୍ତା। ଗ୍ରାମାଞ୍ଚଳ ରାସ୍ତା ସୁଦୃଢ଼ିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ତଳସ୍ତରରେ ହୋଇପାରୁନି କାର୍ଯ୍ୟକାରୀ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳିର ମାନପୁର ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ।