Last updated: 24 August 2023, 08:48 PM IST
ରହସ୍ୟମୟ ଚନ୍ଦ୍ରପୃଷ୍ଠରେ ଯେତେବେଳେ ପାଦ ଥାପୁଥିଲା ଚନ୍ଦ୍ରୟାନ-୩, ସେତେବେଳେ ଗର୍ବରେ ଫୁଲି ଉଠୁଥିଲା ଓଡ଼ିଶାର ଛାତି। କାରଣ, ଏହି ମାଟିର ସୁଯୋଗ୍ୟ ସନ୍ତାନଙ୍କର ବି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ। ବାଲେଶ୍ବରରୁ ତାଳଚେର, ବ୍ରହ୍ମପୁରରୁ ଭୁବନେଶ୍ବର। ଓଡ଼ିଆଙ୍କ ଅବଦାନକୁ ମିଳିଛି ବିପୁଳ ପ୍ରଶଂସା ସହ ସ୍ବୀକୃତି।