By: Namita Biswal
Last updated: 27 March 2025, 11:12 AM IST
ଟଲିରେ ବୁହା ଚାଲିଛି କୁନି କୁନି ସିମେଣ୍ଟ କୁଣ୍ଡ । ଏହାକୁ ଗଛ ଛାଇରେ ରଖି ଏଥିରେ ଢଳା ଚାଲିଛି ଥଣ୍ଡା ପାଣି । ବାହାରେ ଅସମ୍ଭାଳ ତାତି ଥିବାରୁ ବୁଲା ଗାଈଗୋରୁ ତୃଷାର୍ତ୍ତ ଏହାକୁ ଆନନ୍ଦରେ ପିଉଛନ୍ତି ଓ ଆତ୍ମ ତୃପ୍ତି ଲାଭ କରୁଛନ୍ତି । ଅସମ୍ଭାଳ ଖରାକୁ ଗୁଳୁଗୁଳି, ତା' ସାଙ୍ଗକୁ ପୁଣି ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ଏଥିରୁ ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ମଣିଷ । କିନ୍ତୁ ଏ ଖରା ଦାଉରେ ଭାରି କଲବଲ ହେଉଛନ୍ତି ବୁଲା ପଶୁପକ୍ଷୀ । ପାଣି ଟିକିଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ତେଣୁ ତାଙ୍କ କଷ୍ଟକୁ ବୁଝି ସେମାନଙ୍କ ପାଇଁ ଜଳଛତ୍ର ଖୋଲିଛନ୍ତି ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ ଗ୍ରୁପ ।